ମୁମ୍ବାଇ, ୩୦ ଅପ୍ରେଲ – ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ମୁମ୍ବାଇ- ଆଗ୍ରା ହାଇୱେ ର ଚାଂଦବଡ଼ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ରୋଡ଼ୱେଜ୍ ବସ୍ ର ଟାୟାର ଫାଟିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚାଂଦବଡ ର ଉପ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଛି ।
