
ହରିଦ୍ୱାର, 18 ନଭେମ୍ବର (ହି.ସ.)- ୱାର୍ଲ୍ଡକପ କ୍ରିକେଟ ମ୍ୟାଚରେ ଭାରତର ବିଜୟ ପାଇଁ ବିଭିନ୍ନ ମହଲରେ ପୂଜାପାଠ ଆରମ୍ଭ ହୋଇଛି । ଏହି କ୍ରମରେ ଶ୍ରୀମହନ୍ତ ରବିନ୍ଦ୍ରପୁରୀ ମହାରାଜ ଚରଣ ପାଦୁକା ମନ୍ଦିର ପରିସରରେ ମୈୋଶ୍ୱର ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଦୁଗ୍ଧାଭିଷେକ କରିଛନ୍ତି ।
ସେ କହିଛନ୍ତି ଯେ, ବିଶ୍ୱକପରେ ଭାରତୀୟ ଟିମକୁ ନିଶ୍ଚିତ ବିଜୟ ମିଳିବ । ଏଥିପାଇଁ ମହେଶ୍ୱର ମହାଦେବଙ୍କର ଦୁଗ୍ଧାଭିଷେକ କରାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସନ୍ଥ ସମାଜର ଆଶୀର୍ବାଦ ଭାରତୀୟ ଟିମ୍ ସହିତ ରହିଛି ବୋଲି ସେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
