ଧର୍ମଶାଳା, ୨୭ ଅକ୍ଟୋବର (ହିସ) – ଶନିବାର ଦିନ ଧର୍ମଶାଲା କ୍ରିକେଟ୍ ଷ୍ଟାଡିୟମରେ ଆଇସିସି ବିଶ୍ୱ କ୍ରିକେଟ୍ କପ୍ ର ଲିଗ୍ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉତ୍ସାହଜନକ ହେବାକୁ ଯାଉଛି କାରଣ ବର୍ତମାନ ଉଭୟ ଦଳ ଟେବୁଲ୍ ପଏଂଟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ୍ ଜିତି ଟେବୁଲ୍ ପଂଏଟରେ ନିଜର ସ୍ଥିତିକୁ ଆହୁରି ଉନ୍ନତ କରିବାକୁ ଚାହୁଁଛନ୍ତି ।
ଏହି ବିଶ୍ୱକପ୍ର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ଦଳର ଏହା ହେଉଛି ଦ୍ୱିତୀୟ ମ୍ୟାଚ୍ । ଯେଉଁଠାରେ ଅଷ୍ଟ୍ରେଲିଆ ଶନିବାର ଦିନ ଧର୍ମଶାଳାରେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବ । ଅକ୍ଟୋବର ୨୨ ରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ସହିତ ଏହାର ଲିଗ୍ ମ୍ୟାଚ୍ ଖେଳିଥିଲା ଯେଉଁଥିରେ ପାଂଚଟି ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।
——————
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
