
ନୂଆଦିଲ୍ଲୀ, ୧୯ ଡିସେମ୍ବର (ହିସ) – ଡିସେମ୍ବର ୧୪ ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ଶାନ ମାସୁଦ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ଜୋରିମାନା କରାଯାଇଛି ।
ପାକିସ୍ତାନୀ କ୍ରିକେଟ୍ ଦଳକୁ ମ୍ୟାଚ୍ ଫିସ୍ର ୧୦% ଜରିମାନା କରାଯାଇଛି ଏବଂ ଦୁଇଟି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସି ପସ୍ପଏଂଟ୍ କଟାଯାଇଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଡବ୍ଲୁଟିସି ୨୦୨୫ ପଏଂଟ ଟେବୁଲର ଶୀର୍ଷରେ ଥିଲା । ତେବେ ଅଷ୍ଟ୍ରେଲୀୟମାନଙ୍କ ବିପକ୍ଷରେ ୩୬୦ ରନ୍ ପରାଜୟ ପରେ ସେମାନେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ଏବଂ ପେନାଲ୍ଟି ଅର୍ଥ ହେଉଛି ଯେ ସେମାନଙ୍କ ପ୍ରତିଶତ ପଏଂଟ ୬୬.୬୭ ରୁ ୬୧.୧୧ କୁ ଖସି ଆସିଛି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
