
ଜୁନ୍ ୯ ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ସଂଘର୍ଷ
ନୂଆଦିଲ୍ଲୀ, ୬ ଜାନୁଆରୀ (ହିସ) – ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଶୁକ୍ରବାର ରାତିରେ ପୁରୁଷ ଟି -୨୦ ବିଶ୍ୱକପ୍ର ନବମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ୍ ଏବଂ ସଂଯୁକ୍ତ ରାଜ୍ୟ ଅମେରିକାର ମିଳିତ ସହଯୋଗରେ ଆୟୋଜିତ ହେବାକୁଥିବା ଟି -୨୦ ବିଶ୍ୱକପ୍ ଜୁନ୍ ୧ ରୁ ୨୯, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଆଇସିସି ପୁରୁଷ ଟି -୨୦ ଇଭେଂଟରେ ଏକ ରେକର୍ଡ , ୨୦ ଟି ଦଳ ଚାରିଟି ଭାଗରେ ବିଭକ୍ତ ହେବ ଏବଂ ସେମାନଙ୍କ ମଧ୍ୟରେ ୫୫ ଟି ମ୍ୟାଚ୍ ଖେଳାଯିବ ।
ଏଥିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମିବିୟା, ନେପାଳ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଓମାନ, ପାକିସ୍ଥାନ, ପାପୁଆ ନ୍ୟୁ ଗିନି (ପିଏନଜି), ସ୍କଟଲ୍ୟାଣ୍ଡ , ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଅଂଶଗ୍ରହଣ କରିବେ ।
ଗ୍ରୁପ୍ ଏ ରେ ଭାରତ, ପାକିସ୍ଥାନ, ଆୟର୍ଲାଣ୍ଡ, କାନାଡା ଏବଂ ଆମେରିକାର ଦଳ ଗଠିତ ହୋଇଥିବାବେଳେ ଗ୍ରୁପ୍ ବିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମିବିୟା, ସ୍କଟଲ୍ୟାଣ୍ଡ ଏବଂ ଓମାନ ଅନ୍ତର୍ଭୁକ୍ତ । ଗ୍ରୁପ୍ ସି ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ଉଗାଣ୍ଡା ଏବଂ ପାପୁଆ ନ୍ୟୁ ଗିନିକୁ ନେଇ ଗଠିତ ହୋଇଥିବାବେଳେ ଗ୍ରୁପ୍ ଡି ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ ଏବଂ ନେପାଳକୁ ନେଇ ଗଠିତ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
