
ଭୁବନେଶ୍ୱର, 20 ଡିସେମ୍ବର (ହି.ସ.) ଅନୁଗୋଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଲୋକଙ୍କ ସେବା ଓ କଲ୍ଯାଣ ପାଇଁ ତାଙ୍କର କାର୍ଯ୍ୟ ଗୁଡିକ ସର୍ବଦା ସ୍ମରଣୀୟ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
