ଧର୍ମଶାଳା: ଯୁବକର କଟୁରୀ ଚୋଟରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ବୃଦ୍ଧ ଜଣକ ରାସ୍ତାରେ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କୁ ଅଟକାଇବା ସହ କଟୁରୀରେ ହାଣିଥିଲା । ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖିବା ସହ ପଚରା ଉଚୁରା ଚଳାଇଛି ପୋଲିସ । ତେବେ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଥିବା ସୂଚନା ମିଳିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି ।
