
କୋଲକାତା, 20 ଡିସେମ୍ବର (ହି.ସ.)- ରାଜ୍ୟସଭା ସଭାପତି ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଥିବା ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟବହାରକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତୃଣମୂଳ କଂଗ୍ରେସର ଜଣେ ନେତା ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସଂସଦ ପରିସର ବାହାରେ କଲ୍ୟାଣ ବାନାର୍ଜୀ ଜଗଦୀପ ଧନଖଡଙ୍କର ଯେଉଁ ମଜାକ ଉଡାଇଥିଲେ ତାକୁ ନେଇ ଲୋକଙ୍କ ଅସନ୍ତୋଷ ରହିଛି । କଲ୍ୟାଣଙ୍କର ଏହି ମିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଲୋକେ କମେଣ୍ଟସ ଦେଇଛନ୍ତି ତୃଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ନିଜ ପରାଜୟ ପାଇଁ ରାସ୍ତା ତିଆରି କରୁଛନ୍ତି । ଏହି ଭିଡିଓକୁ ନେଇ ତୃଣମୂଳ କଂଗ୍ରେସ ମଧ୍ୟ ଅସହଜ ଅନୁଭବ କରିଛି ।
ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିର ଏହି ପ୍ରକାର ମଜାକ୍ ଉଡାଇବା ଅନୁଚିତ । ତୃଣମୂଳ କଂଗ୍ରେସ ଏନେଇ ସାର୍ବଜନିକ ଭାବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
