
ଲୋୟର ପିଏମଜିରେ ହେବ ‘ଓଡ଼ିଶା ବଂଚାଅ’ ସମାବେଶ
ଭୁବନେଶ୍ୱର, 29 ଜାନୁଆରୀ – ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ଆଜି ଓଡିଶା ଗସ୍ତରେ ଆସିବେ । ସେ ଭୁବନେଶ୍ୱରରେ ପହଂଚିବା ପରେ ଦିନ ୧୨ଟାରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗ ଦେବେ । ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ।
୨୦୨୪ ମସିହାରେ ହେବାକୁ ଥିବା ଅଷ୍ଟାଦଶ ଲୋକସଭା ଓ ସପ୍ତଦଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ସଭାପତିଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ ।
