
ନୂଆଦିଲ୍ଲୀ, 29 ଜାନୁଆରୀ : – ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚଳିତ ଆଜି ଅନୁଷ୍ଠିତ ହେବ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦାନ କରିବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି ପରୀକ୍ଷା ସହ ଜଡ଼ିତ ଚାପକୁ ଦୂର କରିବା ଏବଂ ‘ଏଗଜାମ୍ ଓ୍ୱାରିୟର୍ସ’ଙ୍କ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ନିଆରା ପଦକ୍ଷେପ । ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି, ଯେଉଁଥିରେ ବିଗତ ୬ ବର୍ଷ ଧରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସଫଳତାର ସହ ସାମିଲ କରାଯାଉଛି ।
ଦୁଇ ଦିନ ତଳେ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି) ୨୦୨୪ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
