ଧର୍ମଶାଳା, ୨୫ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଂଚାୟତ ବାଲିପାଟଣାସ୍ଥିତ ସମାଜସେବୀ ସଂଘ ‘ ଗ୍ରାମ୍ୟ ସେବକ ସଂଗଠନ’ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ, ଶିକ୍ଷାର ଅଗ୍ରଗତିରେ ସହାୟକ ଏକ ଶିର୍ଷକ ବିତର୍କ ଓ ସଂଗିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଗପାଳ ଉଚ୍ଚ ବିଦ୍ୟାଳୟର ତୃପ୍ତିମୟୀ ସାହୁ ପ୍ରଥମ ଓ ସ୍ନିଗ୍ଧା ପ୍ରିୟ ଦର୍ଶନି ସାହୁ ଦ୍ବିତୀୟ ଓ ଶ୍ରୀ ଗୋପିପାଥ ଜୀଉ ବିଦ୍ୟାଳୟର ଶୁଭଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଂଗୀତରେ ମା ଖଗେଶ୍ଵରୀ ବିଦ୍ୟାୟନର ପ୍ରାଚୀ ମହାରଣା ୧ମ, ପୁରୁଷୋତମପୁର ଉଚ୍ଚ ବିଦ୍ୟାଳୟର ସାଇଜ୍ୟୋତି ମହାନ୍ତି ୨ୟ ଓ ମୁଗପାଳ ଉଚ୍ଚ ବିଦ୍ୟାଳୟର ସିଦ୍ଧାର୍ଥ ବେହେରା ୩ୟ ସ୍ଥାନ ଅଧିକାର କରିଥିଲେ । ବିତର୍କରେ ବିଚାରକ ଭାବେ ଶିକ୍ଷକ ସୁଶାନ୍ତ ମହାରଣା, ନିର୍ମଳ ଚନ୍ଦ୍ର ଦାସ, ବୈଦ୍ୟନାଥ ଦାସ ଓ ସଂଗୀତରେ ସିଦ୍ଧାର୍ଥ ପଣ୍ଡା ଓ ରଘୁନାଥ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସଂଗଠନର ସଭାପତି ମନୋଜ କୁମାର ରାଉତଙ୍କ ସଭାପତିତ୍ଵରେ ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଶ୍ରୀ ଦାସଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କିରଣ ମହାରଣା, ନିହାର ସାହୁ, ମିଟୁ ଲେଙ୍କା, ସଂଗୀତା ପ୍ରଧାନ, ଲିସା ସାହୁ ଓ ତବସ୍ଲିମ ପରୱିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କିଶୋର ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ପ୍ରଦୀପ୍ତ/ସମନ୍ୱୟ
