ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ସେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଏବଂ ଦୁଇଦିନ ତଳେ ତାଙ୍କୁ ଅସୁସ୍ଥାବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିଡନୀ ଜନିତ ସମସ୍ୟାରେ ତାଙ୍କୁ ଗତ 18 ତାରିଖରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ। ତାଙ୍କର ମୃତ୍ୟୁ ବେଳକୁ 70 ବର୍ଷ ବୟସ ହୋଇଥିଲା। ଧାନ ସଂରକ୍ଷଣ ପାଇଁ 2019 ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।
BulletsIn
- କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି।
- ସେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।
- ଦୁଇଦିନ ତଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
- କିଡନୀ ଜନିତ ସମସ୍ୟାରେ ତାଙ୍କୁ ଗତ 18 ତାରିଖରେ ଭର୍ତ୍ତି କରାଯାଇଥିଲା।
- ତାଙ୍କର ଚିକିତ୍ସା ଏକ ଚାରିଜଣିଆ ଡାକ୍ତରୀ ଟିମ୍ କରୁଥିଲେ।
- ଡାକ୍ତର ଜୟନ୍ତ ପଣ୍ଡା ଏହାର ନେତୃତ୍ୱ କରୁଥିଲେ।
- ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଛି।
