ଭୁବନେଶ୍ୱର, 01 ଜାନୁଆରି (ହି.ସ.)- ଇଂରାଜୀ
ନବବର୍ଷ-୨୦୨୬ର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଇଂରାଜୀ ନବବର୍ଷ-୨୦୨୬ ଅବସରରେ ସମସ୍ତଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମହାପ୍ରଭୁଙ୍କ ଅପାର କରୁଣାରୁ ନୂତନ ବର୍ଷଟି ଆପଣ ସମସ୍ତଙ୍କ
ପାଇଁ ସୁଖ,
ଶାନ୍ତି ଏବଂ ସମୃଦ୍ଧିର ବର୍ଷ ହେଉ ଏତିକି କାମନା।
ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତୁ
ନବ ବର୍ଷରେ ନୂଆ ସଂକଳ୍ପ ନେବା, ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା। ନିୟମିତ ବ୍ୟାୟାମ ସହ ତେଲ ମସଲା ଯୁକ୍ତ
ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ଏକ ସୁସ୍ଥ ସମୃଦ୍ଧ ଭାରତ ଗଠନରେ ନିଜର ଯୋଗଦାନ ଦେବା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
