ନୂଆପଡ଼ା,୧ ଅପ୍ରେଲ – ରାଜ୍ୟ ବିଜେଡିର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଖଡ଼ିଆଳ ଅଗ୍ରସେନ୍ ଭବନ ଠାରେ ମଧ୍ୟ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ଯୁବ ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅଭିଷେକ ଜଗତ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଭାପତି ଅଭିନାଶ ଠାକୁର ଯୋଗଦେଇ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଉପରେ ଉପସ୍ଥିତ ଶହଶହ ଯୁବ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ଅବଗତ କରାଇଥିଲେ । ଏହି ମ୍ୟାଜିକ କାର୍ଡ ଚାରୋଟି ବର୍ଗରେ କାର୍ଡ ବଂଟନ କରାଯିବ । ମ୍ୟାଜିକ କାର୍ଡ, ସିଲଭର, ଗୋଲଡ୍ ଓ ପ୍ଲାଟିନମ କାର୍ଡ ଦିଆଯିବ । ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଯୁବଶକ୍ତିଙ୍କ ସମସ୍ତ ସ୍ୱପ୍ନ ସାକାର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ୟାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ୱପ୍ନକୁ ସାକାର କରିବାକୁ ବଳ ଯୋଗାଇବ । ସେହିପରି କୋଚିଂ ସେଣ୍ଟରରେ ବି ମିଳିବ ରିହାତି । ପ୍ରଦର୍ଶନ ଅନୁସାରେ କାର୍ଡ ରିଚାର୍ଜ ହେବ । ମ୍ୟାଜିକ କାର୍ଡଧାରୀ ଭଲ ପ୍ରଦର୍ଶନ କଲେ ସିଲଭର କାର୍ଡ ମିଳିବ । ଭଲ ମାର୍କ ସହ ଅଧିକ ଉପସ୍ଥାନ, ଇ-ଲର୍ଣ୍ଣିଂ ଭଳି ଆକ୍ଟିଭିଟିରେ ଅଧିକ ସ୍କୋର କଲେ ଗୋଲ୍ଡ କାର୍ଡ ଦିଆଯିବ ।
ଗୋଲ୍ଡ କାର୍ଡଧାରୀ ୟୁଜି, ପିଜି ସରିବାର ତିନି ବର୍ଷ ଯାଏ ଏହାକୁ ବ୍ୟବହାର କରିପାରିବେ । ଗୋଲଡ କାର୍ଡ ପରେ ସବୁ କ୍ଷେତ୍ରରେ ଭଳ ପ୍ରଦର୍ଶନ କଲେ ପ୍ଲାଟିନମ୍ କାର୍ଡ ମିଳିବ । ଷ୍ଟୁଡେଂଟ ଲାଇଫରେ ଏହି କାର୍ଡ ମ୍ୟାଜିକ୍ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା କଥାକୁ ଛାତ୍ରଛାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତି ପ୍ରଦାନ ସାରା ଦେଶରେ ସବୁ ରାଜ୍ୟ ଠାରୁ ଅଧିକ ବୋଲି କହିବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ କଣ କରାଗଲେ ସମୁହ ଛାତ୍ରଛାତ୍ରୀ ଆହୁରି ଉପକୃତ ହୋଇପାରିବେ ସେଉପରେ ମତ ଲୋଡିଥିଲେ । ଜିଲାର ଖଡ଼ିଆଳ, ସିନାପାଲି, ବୋଡ଼େନ, କୋମନା ନୂଆପଡ଼ା ର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଏଥିରେ ଜିଲ୍ଲା ବିଜେଡି ଯୁବ ଉପ ସଭାପତି, ଖଡ଼ିଆଳ ବ୍ଲକ ବିଜେଡି ଯୁବ ସଭାପତି ଗ୍ୟାରିକୃଷ୍ନ ବାଗ, ଖଡିଆଳ ଏନଏସି ବିଜେଡି ଯୁବ ସଭାପତି ଅନ୍ୱେସ ତିୱାରୀ , ଖରିଆରରୋଡ ବିଜେଡି ଯୁବ ସଭାପତି ମନୀଷ ଦେୱାଙ୍ଗନ୍ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୋମନା ବ୍ଲକ ଯୁବ ସଭାପତି ତୁଷାରକାନ୍ତ ନିଆଳ ଧନ୍ୟବାଦ ଦେଇ ସଭା କାର?୍ୟ୍ୟ ଶେଷ କରିଥିଲେ ।
