ନୂଆଦିଲ୍ଲୀ, – ମାର୍ଚ୍ଚରେ ବସ୍ତୁ ଏବଂ ସେବା କର (ଜିଏସଟି) ରାଜସ୍ୱ ସଂଗ୍ରହ ୧.୭୮ ଲକ୍ଷ କୋଟି ଟଙ୍କା ଥିଲା । ଜିଏସଟି ସଂଗ୍ରହରେ ବାର୍ଷିକ ୧୧.୫ ପ୍ରତିଶତ ଜମ୍ପ ଦେଖାଯାଇଥିବା ବେଳେ ମାସିକ ଭିତିରେ ଏହା ଜିଏସଟି ସଂଗ୍ରହର ଦ୍ୱିତୀୟ ସର୍ବୋଚ୍ଚ ସ୍ତର ଅଟେ ।
ଅର୍ଥ ମନ୍ତ୍ରଣାଳୟ ସୋମବାର ଏକ ବିବୃତିରେ କହିଛି ଯେ, ମାର୍ଚ୍ଚରେ ଫେରସ୍ତ ପରେ ନିଟ୍ ଜିଏସଟି ରାଜସ୍ୱ ସଂଗ୍ରହ ୧.୬୫ ଲକ୍ଷ କୋଟିରେ ପହଂଚିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୮.୪ ପ୍ରତିଶତ ଅଧିକ । ଘରୋଇ କାରବାରେ ବୃଦ୍ଧି ହେତୁ ମାର୍ଚ୍ଚରେ ଜିଏସଟି ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇି । ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ।
ଏହା ପୂର୍ବରୁ ଏପ୍ରିଲ ୨୦୨୩ରେ ସର୍ବାଧିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା । ମାର୍ଚ୍ଚରେ ଜିଏସଟି ସଂଗ୍ରହର ବୃଦ୍ଧି ସହିତ, ୨୦୨୩-୨୪ ସମଗ୍ର ଆର୍ଥିକ ବର୍ଷ ପାଇଁ ମୋଟ ଜିଏସଟି ରାଜସ୍ୱ ସଂଗ୍ରହ ୨୦.୧୪ ଲକ୍ଷ କୋଟିରେ ପହଂଚିଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୧୧.୭ ପ୍ରତିଶତ ଅଧିକ ।
