ସମ୍ବଲପୁର, ୨୨ ଅଗଷ୍ଟ (ହି.ସ.)- ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ମାନ୍ୟତା ଦାବିରେ ଆଜି ୧୨ ଘଂଟିଆ ରେଢ଼ାଖୋଲ ବନ୍ଦ ପାଳନ କରାଯାଉଛି । ଭୀମଭୋଇ ଛକ ଓ ମେଡିକାଲ ଛକରେ ଆନ୍ଦୋଳନ ଜାରି ରହିଛି । ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନକାରୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି । ତେବେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ବନ୍ଦକୁ ସାଧାରଣ ଜନତାଙ୍କ ସମର୍ଥନ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
