ଜୟପୁର ବିଭିନ୍ନ ସଂଗଠନ ତରଫରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି । ଜୟପୁର ରଜାନହର ସ୍ଥିତ ମଧୁବାବୁଙ୍କ ପ୍ରତିମୁତ୍ତି ନିକଟରେ ପାଳିତ ହୋଇଛି । ଉତ୍କଳ ସମ୍ମିଳନି କୋରାପୁଟ ଜିଲା ଶାଖା ତରଫରୁ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଭାବପୁଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାଯ୍ୟକ୍ରମରେ ଉତ୍କଳ ସମ୍ମିଳନିର ସଭାପତି ମଦନ ମୋହନ ନାୟକ, ରାଜ୍ୟ ସମ୍ପାଦକ ବିରେନ ମୋହନ ପଟ୍ଟନାୟକ, ସମ୍ପାଦକ ନବିନ ମାଦଳା, ଶ୍ରମିକ ନେତା ବାଲା ରାୟ, ପରମେଶ୍ଵର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମଧୁବାବୁଙ୍କ ଓଡିଶା ଗଠନରେ ବହୁତ ଅବଦାନ ଅନୁଦାନ ରହିଥିଲା । କାଳିଆ ଘୋଡାରେ ଚଢିବି ମଧୁବାବୁ ସହ ଲଢିବି ସ୍ଲୋଗାନ ଦେବା ସହ ମଧୁବାବୁ ଅମର ରହେ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ ।
ସେହିପରି ଜିଲା ଓକିଲ ସଂଘ ତରଫରୁ ମଧୁବାବୁଙ୍କ ଜୟନ୍ତି ଓ ଓକିଲ ଦିବସ ପାଳିତ ହୋଇଛି । କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୁତ୍ତି ନିକଟରେ ପାଳିତ ହୋଇଛି । ଏହି ଅବସରରେ କୋର୍ଟ ପରିସରରେ ଏକ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଜଜ ରାଜେଶ ଏକ୍କା ସମ୍ମାନିତ ଅତିଥି ଭାବେ ମହିଳା କୋର୍ଟ ଜଜ ଅଞ୍ଜଳି ମାଛଖାଣ୍ଡ, ଓଡିଶା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ପି. ରମେଶ ପାତ୍ର, ଜିଲା ଓକିଲ ସଂଘ ସଭାପତି ତ୍ରିନାଥ ସିଂ ଲାଲ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗ ଦେଇଥିବା ୩୨ ଜଣ ଆଇନଜୀବିଙ୍କୁ ସଂଘ ତରଫରୁ ସ୍ଵାଗତ କରାଯିବା ସହ ପୁରାତନ ସଂଘ ସଭାପତି ମାନଙ୍କୁ ସମ୍ମାନିତ କରାଗଲା । ସେମାନେ ହେଲେ ସୁଧିର ଷଡଙ୍ଗି, ଅଜିତ କୁମାର ସାହୁ, ବିରେଷ ପଟ୍ଟନାୟକ, ବିଜୟ କୁମାର ରାୟ ଜେନା ଦେଓ, ସରୋଜ କୁମାର ଦାସ ।
