
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ଦୁର୍ବଳ ହୋଇ
ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି ବାତ୍ୟା ମୋନ୍ଥା । ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଭୟଙ୍କର
ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ
ହୋଇଥିବା ବେଳେ ଘଣ୍ଟାକୁ ୧୦ କିଲୋମିଟର ବେଗରେ ଗତି କରିଛି ‘ମୋନ୍ଥା’ ।
ଏଠାରେ ସୂଚନାଯୋଗ୍ୟ,
ଗତକାଲି ସ୍ଥଳଭାଗ ଅତିକ୍ରମ କରିଛି ଭୀଷଣ ବାତ୍ୟା ‘ମୋନ୍ଥା’ । ଆନ୍ଧ୍ରର ନରସାପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା । କାକିନାଡ଼ାର
ଦକ୍ଷିଣ ଦିଗରେ ରହିଛି ନରସାପୁର । ମଛଲିପାଟନମ୍ ଓ କଳିଙ୍ଗପାଟନମ୍ ମଧ୍ୟରେ ଅତିକ୍ରମ କରିଥିଲା
ବାତ୍ୟା । ଗତକାଲି ରାତି ୧୧ଟା ୩୦ରୁ ୧୨ଟା ୩୦ରେ ‘ମୋନ୍ଥା’ ଅତିକ୍ରମ କରିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
