ଭୁବନେଶ୍ୱର, 4 ନଭେମ୍ବର (ହି.ସ.) ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶନିବାର ଆନନ୍ଦପୁର ମହାବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ନାରୟଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ସ୍କାଉଟ, ଗାଇଡ୍, ଏନସିସି, ଏନଏସେସ୍ ଓ ଆଇଆରସି ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବାଲେଶ୍ବର ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ସମାଜରେ ବଢୁଥିବା ଦୁର୍ନୀତିକୁ କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ଆଲେକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
