ଭୁବନେଶ୍ୱର, 21 ଅକ୍ଟୋବର : ଗଗନଯାନ ମିଶନରେ ପ୍ରଥମ ଉତକ୍ଷେପଣ ସଫଳତାର ସହ କରିଥିବାରୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନର ପ୍ରଥମ ପରୀକ୍ଷଣ ଉଡ଼ାଣକୁ ସଫଳତାର ସହ ଆରମ୍ଭ କରିଥିବାରୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ । ମହାକାଶକୁ କ୍ରୁଡ ମହାକାଶଯାନ ଉତକ୍ଷେପଣ ଦିଗରେ ଭାରତ ଆଉ ଏକ ଲମ୍ଫ ପ୍ରଦାନ କରିଥିବାରୁ ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
