
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.) ଭୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଦିବସ ପାଳନ ସହ ୮ମ ତମ “ଅଟଳ ସମ୍ମାନ – ୨୦୨୩” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ଅବସରରେ ବରିଷ୍ଠ ରାଜନେତା, ସମାଜସେବୀ ଏବଂ ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନସଂଘ କେନ୍ଦୁଝର ଜିଲ୍ଲାର କ୍ଷୀରୋଦ ପ୍ରସାଦ ସ୍ୱାଇଁଙ୍କୁ “ଅଟଳ ସମ୍ମାନ-୨୦୨୩”ରେ ସମ୍ମାନିତ କରାଯିବ । ସେହିପରି ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକଙ୍କୁ “ଅଟଳ ସେବା ସମ୍ମାନ -୨୦୨୩” ସମ୍ମାନରେ ଏବଂ ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ.ସ୍ମରପ୍ରିୟା ମିଶ୍ରଙ୍କୁ “ଅଟଳ କବିତା ସମ୍ମାନ -୨୦୨୩” ରେ ପ୍ରଦାନ କରାଯିବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ଗୀତିକାର ପଂଚାନନ ନାୟକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
