
ଭୁବନେଶ୍ୱର, 12 ଜାନୁଆରୀ (ହି.ସ.) ସ୍ୱାମୀ ବିବେକାନନ୍ଦଙ୍କ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଦାର୍ଶନିକ, ଆଧ୍ୟାତ୍ମିକ ଗୁରୁ ତଥା ସାମାଜିକ ସଂସ୍କାରକ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହା ଜାତୀୟ ଯୁବ ଦିବସ ଭାବରେ ମଧ୍ୟ ପାଳନ କରାଯାଏ । ତାଙ୍କର ମାନବିକତା, ଭାଇଚାରା ଏବଂ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
