କେନ୍ଦ୍ରାପଡ଼ା, ୧୦ ଫେବୃଆରୀ : ବିପ୍ଳବୀ ଅର୍ଜୁନ ଚରଣ ବେହେରାଙ୍କ ଶ୍ରାଦ୍ଧ ସଭା କମିଟିର ସଭାପତି ଗଣେଶ ଚନ୍ଦ୍ର ମେକାପଙ୍କ ଅଧ୍ୟକ୍ଷତାରେ ଇଛାପୁର ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଲେଖକ ଗୋଲକ ପ୍ରସାଦ ସିଂହ ଯୋଗ ଦେଇଥିବା ବେଳେ ଆଇନ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ବଳ ସମ୍ମାନିତ ଅତିଥି ଭାବେ, ବିଷ୍ଣୁ ପ୍ରସାଦ ବେହେରା, ଗବେଷଣ ନିରଞ୍ଜନ ମେକାପ ପ୍ରମୁଖ ଯୋଗ ଦେଇ ବିପ୍ଳବୀ ସ୍ୱର୍ଗତ ଅର୍ଜୁନ ଚରଣ ବେହେରାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କୁ ଜଣେ ଆଦର୍ଶ ଲୋକ ସେବକ ଓ ବିପ୍ଳବୀ ଭାବେ ବର୍ଣ୍ଣନା କରିଥିଲେ । ଏଥି ସହିତ ତାଙ୍କର ଜିବନୀ ଓ ଆଦର୍ଶ ଉପରେ ଅନୁପ୍ରାଣିତ ହେବାକୁ ଅତିଥି ଭାବେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆୟୋଜିତ ଏହି ଶ୍ରାଦ୍ଧ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି, ମହିଳା ପ୍ରମୁଖ ଯୋଗ ଦେଇ ତାଙ୍କର ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଡ଼ଃ ବେହେରାଙ୍କର ସ୍ମୃତି ଚାରଣ କରିଥିଲେ । ସଭା ଶେଷରେ ଦେବେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
