
ନୂଆଦିଲ୍ଲୀ, 11 ଫେବୃଆରୀ : ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଦେଶର ମୋର ପରିବାରଲୋକଙ୍କ ତରଫରୁ କୋଟି କୋଟି ପ୍ରଣାମ । ସେ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ କେନ୍ଦ୍ରରେ ରଖି ଦେଶକୁ ଆଗକୁ ନେବାରେ ମାର୍ଗ ଦେଖାଇଥିଲେ । ଯାହାକି ବିକଶିତ ଭାରତ ନିର୍ମାଣର ପ୍ରେରଣା ସ୍ରୋତ ପାଲଟିଛି ।
