କୋଲକାତା, ୧୦ ଫେବୃଆରୀ :- ସୁଟିଂ ସମୟରେ ଶନିବାର ବଲିଉଡ୍ ର ପ୍ରଖ୍ୟାତ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା । ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତି କରାଯାଇଛି । ହଠାତ୍ ସେ ମଥାରେ ଯନ୍ତ୍ରଣା ଅନୁଭବ କରିଥିଲେ । ମେଡିକାଲରେ ପ୍ରଥମେ ତାଙ୍କର ଏମଆରଆଇ କରାଯାଇଛି ।
ଅଭିନେତା ସୋହମ ଚକ୍ରବର୍ତିଙ୍କ ଦ୍ଵାରା ନିର୍ମିତ ଫିଲ୍ମ ‘ଶାସ୍ତ୍ରୀ’ ର ସୁଟିଂ ସମୟରେ ମିଥୁନ୍ ମଥାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା ।
