ମାଲକାନଗିରି, ୩ ଫେବୃଆରୀ :- ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ଠାରେ ବିଦ୍ୟାଳୟ ଅଧ୍ୟକ୍ଷ ଡଃ. କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ସମାଗମ ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟ କ୍ଲଷ୍ଟର ଅନ୍ତର୍ଗତ ଅବିଭକ୍ତ କୋରାପୁଟ ଜିଲ୍ଲାର ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁରରୁ ୪୨ ଜଣ ଛାତ୍ରଛାତ୍ରୀ, କେନ୍ଦ୍ରୀୟ ବିଦ୍ୟାଳୟ ସୁନାବେଡାରୁ ୪୩ ଜଣ ଛାତ୍ରଛାତ୍ରୀ ଏବଂ ଆୟୋଜକ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରୁ ୪୪ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ଏକକ ଗାୟନ, ଏକଳ ନୃତ୍ୟ, ଇଂରାଜୀ କବିତା,ହିନ୍ଦୀ କବିତା, ବାଦ୍ୟଯନ୍ତ୍ର ଦକ୍ଷତା , ଏକଳ ଅଭିନୟ, ଗ୍ରାମୀଣ ଖେଳ, ଚିତ୍ରାଙ୍କନ,ସମୂହ ନୃତ୍ୟ, ସମୂହ ଗୀତ ଝୋଟି ଏବଂ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ବାଗ୍ମୀତା ପ୍ରତିଯୋଗିତା ଆଦି ଦ୍ଵିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ମା ସରସ୍ବତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଏନ ସି ସି କ୍ୟାଡେଟ ମାନେ ଗାର୍ଡ ଅଫ ଅନର ଦେଇ ଶ୍ରୀ ମାଝୀଙ୍କୁ ମଞ୍ଚ ଉପରକୁ ପୋଛୋଟି ନେଇଥିଲେ। ସମ୍ମାନନୀୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡଃ ରଞ୍ଜନ ସ୍ଵାଇଁ ଏବଂ ଅଭିଭାବକ ମାନେ ଯୋଗ ଦେଇଥିଲେ।
ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ମାଲକାନଗିରି ମହାବିଦ୍ୟାଳୟରୁ ବର୍ଣାଳୀ ଚାନ୍ଦ, ଅଭିମନ୍ୟୁ ଦଳବେହେରା, ତପନ କୁମାର ବେହେରା ଏବଂ ଦିପ୍ତୀରେଖା ମିଶ୍ର, ଏକଲବ୍ୟ ଆବାସିକ ବିଦ୍ୟାଳୟରୁ ବିଭୁତି ପଣ୍ଡା ଏବଂ ମେନକା ସରକାର, ସରକାରୀ ବାଳିକା ବିଦ୍ୟାଳୟରୁ ଶଙ୍କର ଚନ୍ଦ୍ର ମହାପାତ୍ର, ସରକାରୀ ବାଳିକା ବିଦ୍ୟାଳୟରୁ ଜୟଦେବ ପଣ୍ଡା, ସରସ୍ବତୀ ଶିଶୁ ମନ୍ଦିରରୁ ଜ୍ଞାନଦେବ ସାହୁ, ପଡିଆ ମହାବିଦ୍ୟାଳୟରୁ ଅମୁଲ୍ୟରତ୍ନ, ଆଦର୍ଶ ମହାବିଦ୍ୟାଳୟରୁ ଗୌତମ ସେନ ହାଁସଦା ଏବଂ ଶ୍ରୀମତୀ ଶୁଭସ୍ମିତା ସୁବୁଦ୍ଧି ନିର୍ଣ୍ଣାୟକ ମଣ୍ଡଳୀର ସଦସ୍ୟ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମିତ ଦାସ ପରିଚାଳନା କରିଥିଲେ ଏବଂ ଆର୍ତ୍ତତ୍ରାଣ ମହାକୁଡ଼, ଶ୍ରୀମତୀ ନଗମା, ରାମବୀର ସିଂ, ସୁଶ୍ରୀ ସୃଷ୍ଟି, ସୁଶ୍ରୀ ଅପର୍ଣ୍ଣା, ଆଶିଷ କୁମାର, ବିଶାଳ ତିୱାରୀ, ଆଦିତ୍ୟ କୁମାର, ସଜ୍ଜନ କୁମାର ଏବଂ ଶ୍ରୀମତୀ ସାଧନାମାୟୀ ସେନାପତି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଶ୍ରୀ କବିତା ଧନ୍ୟବାଦ ଅର୍ପଣ କରିଥିଲେ।
