
ଭୁବନେଶ୍ୱର, 4 ଫେବୃଆରୀ : ବିଶ୍ୱ କର୍କଟ ଦିବସରେ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନର ସାକ୍ଷୀ ରହିଛି ଓଡିଶା । ବ୍ୟାପକ କର୍କଟ ଯତ୍ନ କାର୍ଯ୍ୟକ୍ରମ ସୁଲଭ ମୂଲ୍ୟରେ ସର୍ବୋତ୍ତମ କର୍କଟ ଚିକିତ୍ସା ଏବଂ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରୁଛି । ବିଶ୍ୱ କର୍କଟ ଦିବସରେ, ସଚେତନତା ସୃଷ୍ଟି କରିବା ଏବଂ କର୍କଟ ରୋଗର ନିରାକରଣ, ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ପାଇଁ ଅଧିକ ଅଭିନବ ରଣନୀତି ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧତାକୁ ନିଶ୍ଚିତ କରନ୍ତୁ ।
