ଭୁବନେଶ୍ୱର, 3 ଫେବୃଆରୀ : ପିଏମ ମୋଦିଙ୍କ ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଫେବୃଆରୀ ୩ ଓଡ଼ିଶାର ବିକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିରୁ ମାନନୀୟ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ଓଡ଼ିଶାକୁ ୬୮ ହଜାର କୋଟି ଟଙ୍କା ମୂଲ୍ଯ ପ୍ରକଳ୍ପର ଭେଟି ଦେବେ । ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ପ୍ରଗତି ଓ ସମୃଦ୍ଧିରେ ଏକ ନୂଆ ଯୁଗ ଆରମ୍ଭ କରିବ । ଆସନ୍ତୁ, ଏହି ଐତିହାସିକ କାର୍ଯ୍ୟକ୍ରମରେ ଆମେ ସମସ୍ତେ ସାମିଲ ହେବା ।
