ଚମ୍ପୁଆ, – ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଈଶ୍ୱର ଚନ୍ଦ୍ର ମହାନ୍ତ ମେଧା ବୃତି ପରୀକ୍ଷାରେ ବ୍ଲକରେ ପ୍ରଥମସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଚମ୍ପୁଆବ୍ଲକ ଅନ୍ତର୍ଗତ ରାଉତରା ପୁର ଗ୍ରାମର ରଥିଆ ମହାନ୍ତଙ୍କ ପୁତ୍ର ଈଶ୍ୱର ଚନ୍ଦ୍ର ମହାନ୍ତ ୨୦୨୨/୨୩ ଶିକ୍ଷା ବର୍ଷରେ ରାଉତରା ପୁର ପ୍ରାଥମିକ ବିଦ୍ୟାଳୟରୁ ମେଧାବୃତି ପରୀକ୍ଷା ଦେଇ ଚମ୍ପୁଆ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଇଶ୍ୱର ରାଉତରାପୁର ପ୍ରାଥମିକ ବିଦ୍ୟାଳୟ ର ପଂଚମ ଶ୍ରେଣୀର ଛାତ୍ର । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସମେତ ବିଭିନ୍ନ ଅଭିଭାବକ ମହଲରୁ ଶୁଭେଚ୍ଛା ଜଣାଯାଇଛି । ତାଙ୍କର କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇ ଛନ୍ତି ଇଶ୍ୱର ।
…………………………………/ସମନ୍ୱୟ
