ବଲାଙ୍ଗୀର, ୨୬ ଅକ୍ଟୋବର(ହି.ସ.) – ପ୍ରଚାର ବିଭାଗ, ବିଶ୍ୱହିନ୍ଦୁ ପରିଷଦ ଓଡିଶା(ପଶ୍ଚିମ) ଜିଲ୍ଲା-ବଲାଙ୍ଗୀର ତରଫରୁ ଏକ ସମ୍ବାଦ ଲିଖନ କର୍ମଶାଳା ଆୟୋଜିନ କରାଯାଇଥିଲା । ଯେଁଉଥିରେ ୩, ୨ ଓ ବ୍ୟବସାୟୀ ମିଶି ୧୫ ଜଣ ଭାଈ ଭଉଣୀ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବରେ ଶ୍ରୀ ଆଖିଳ ଚନ୍ଦ୍ର ହୋତ ଡି. ଜି. ଏମ ପ୍ରମେୟ ଯୋଗଦେଇ ସହଭାଗୀମାନଙ୍କୁ ପତ୍ରକାରର ଗୁଣ, କାର୍ଯ୍ୟ, ପତ୍ରକାରିତା କରିବାକିପରି ଓ ସଙ୍ଗଠନ ରେ ଏହାର ଆବ୍ୟକତା ଏ ସବୁ ବିଷୟରେ ଶିଖାଇଥିଲେ । ଗୋବିନ୍ଦ ମିଶ୍ର(ଜିଲ୍ଲା ସଭାପତି,ବିଶ୍ୱହିନ୍ଦୁ ପରିଷଦ), ପ୍ରହଲ୍ଲାଦ ସାହୁ (ଜିଲ୍ଲା ସମ୍ପାଦକ,ବିଶ୍ୱହିନ୍ଦୁ ପରିଷଦ), ପବିତ୍ର ଦାଶ (ପ୍ରନ୍ତ ପ୍ରଚାର ପ୍ରମୁଖ, ବିଶ୍ୱହିନ୍ଦୁ ପରିଷଦ ଓଡିଶା (ପଶ୍ଚମ), ସୌମ୍ୟ ରଞ୍ଜନ ମିଶ୍ର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବଜରଙ୍ଗ ଦଳ ଓଡିଶା(ପଶ୍ଚିମ), ପ୍ରକାଶ ତରିଆ ବଲାଙ୍ଗୀର ନଗର କାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସୌମ୍ୟ ରଞ୍ଜନ ମିଶ୍ର ବଲାଙ୍ଗୀର ନଗର ଶାରିରୀକ ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନୀ ସମାଚାର/ ଗୋପବନ୍ଧୁ/ବୀଣାପାଣି
…………………………………/ସମନ୍ୱୟ
