








ବଲାଙ୍ଗିର 22 ଅକ୍ଟୋବର ( ହି ସ) ବଲାଙ୍ଗିର ରେ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଗୁଡିକରେ ଆଜି ମହାଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ପୂଜା ଅର୍ଚନା ଅନୁଷ୍ଠିତ ହେଉଛି I ଚଳିତ ବର୍ଷ ଦୁର୍ଗା ମନ୍ଦିର, ଶାନ୍ତି ପଡା, ଟିକରାପଡ଼ା ଲ କଲେଜ, ପ୍ୟାଲେସ ଛକ, ଗାନ୍ଧୀ ନଗର, ସମଲେଇଶ୍ବରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ରେ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ I ଖୁଜେନ ପାଲି, ରିଜର୍ଭ ପୁଲିସ, ତୁଳସୀ ନଗର, ସାଗର ପଡା, ରାଜେନ୍ଦ୍ର ପଡା, କଲେଜ ଛକ,ଠିକାଦାର ପଡା, ସରକାରୀ ବସଷ୍ଟାଣ୍ଡ, ରୁଗୁଡ଼ି ପଡା, ଟିକରାପଡ଼ା ଗାନ୍ଧୀ ପାଠାଗାର, ଓଲ୍ଡ ପ୍ୟାଲେସ ,ଜଗନ୍ନାଥ ପଡା, ଜେଲ କଲୋନୀ, ରାଧାରାଣୀ ପଡା, କ୍ଲବ ପଡା, ରେ ଗତକାଲି ସପ୍ତମୀ ତିଥିରୁ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି I ପୂଜା ପାଠ ହୋମ୍, ଚଣ୍ଡି ପାଠ ରେ ପୁରା ସହର ରେ ଆଧ୍ୟତ୍ମିକ ବାତାବରଣ ସ୍ରୁଷ୍ଟି ହୋଇଛି I ଗତକାଲି ଭାଇ ଜିଉଁନ୍ତିଆ ଥିବାରୁ ବିଭିନ୍ନ ମଣ୍ଡପ ରେ ଭଉଣୀ ମାନେ ସନ୍ଧ୍ୟାରେ ଯାଇ ଉଷା କରିଥିଲେ l ଆଜି ମେଢ଼ ଦର୍ଶନ ପାଇଁ ସଂଧ୍ଯାରେ ଗୋଟିଏ ମେଢ଼ ରୁ ଆଉ ଗୋଟିଏ ମେଢ଼ ଧାଡ଼ି ରେ ବୁଲୁଥିବା ଦେଖା ଯାଉଚି I
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ
