ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ ସାକ୍ଷରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ସମାଜ ନିର୍ମାଣ ପାଇଁ ସାକ୍ଷରତା ଏକ
ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସାକ୍ଷରତାରୁ ସଶକ୍ତିକରଣ, ସାକ୍ଷରତା ହିଁ ପରିବର୍ତ୍ତନ । ଅନ୍ତର୍ଜାତୀୟ ସାକ୍ଷରତା ଦିବସ
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏକ ସମୃଦ୍ଧ ରାଷ୍ଟ୍ର ବା ସମାଜ ନିର୍ମାଣ ପାଇଁ
ସାକ୍ଷରତା ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ। ଆସନ୍ତୁ ସାକ୍ଷରତା ହାର ବୃଦ୍ଧି ପାଇଁ ଆମେ ସମସ୍ତେ
ପ୍ରଚେଷ୍ଟା ଜାରି ରଖିବା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
