• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ନୃତ୍ୟ ଅଭିନୟରେ ନିପୁଣା ପ୍ରିୟମ୍ବଦା – Hindusthan Samachar Odia
Regional

ନୃତ୍ୟ ଅଭିନୟରେ ନିପୁଣା ପ୍ରିୟମ୍ବଦା – Hindusthan Samachar Odia

CliQ INDIA
Last updated: January 14, 2024 6:46 pm
CliQ INDIA
Share
3 Min Read
SHARE

ପୁରୀ, ୧୪ ଜାନୁଆରୀ (ହି.ସ.)- ତୁଳସୀ ଦୁଇ ପତ୍ରରୁ ବାସିବା ପରି କଳା ପ୍ରତିଭା ଆସ୍ତେ ଅସ୍ତେ ପ୍ରକଟିତ ହୋଇ ଏବେ ଜଣେ ସଫଳ କଳାକାର ଭାବେ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବେଶ୍ ପରିଚିତ । ସେ ହେଉଛନ୍ତି ପୁରୀ ମରଚିକୋଟ ଗଳିର ପ୍ରିୟମ୍ବଦା ପୂଜାପଣ୍ଡା । ତାଙ୍କ ପିତା ଲକ୍ଷ୍ମୀଧର ପୂଜାପଣ୍ଡା ଜଣେ ଭଲ ମଂଚ କଳାକାର ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ନୃତ୍ୟ ଓ ଅଭିନୟରେ ସବୁରି ପ୍ରିୟ ଭାବେ ପରିଚିତ ହୋଇଛନ୍ତି ପ୍ରିୟମ୍ବଦା । ଶ୍ରୀକ୍ଷେତ୍ର କଳାର ମାଟି, କଳାର କ୍ଷେତ୍ର ଓ କାଳିଆର ଏହି ପବିତ୍ର ଭୂମିରେ ପ୍ରିୟମ୍ବଦା ଉଚ୍ଚକୋଟୀର ଅଭିନୟ କରି ବେଶ୍ ଚର୍ଚ୍ଚିତ । ଶ୍ରୀକୃଷ୍ଣ ଚରିତ୍ରରେ ଜୀବନ୍ତ ଅଭିନୟ କରି ପ୍ରିୟମ୍ବଦା ମଂଚରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ପ୍ରିୟମ୍ବଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସାରିବା ପରେ ଏସସିଏସ କଲେଜରେ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମବିଏ ପାସ୍ କରିଛନ୍ତି । ପେଶା ଓ ନିଶାର ସମନ୍ବୟ ରକ୍ଷା କରି ଜୀବନର ଚଲା ପଥରେ ଆଗେଇ ଚାଲିଛନ୍ତି । ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସମୟ ବାହାର କରି ନୃତ୍ୟ ଅଭିନୟ ସହ ପ୍ରତିଦିନ ମଂଚରେ ଅଭିନୟ ଅଭ୍ୟାସ କରୁଛନ୍ତି । ଶନିବାର ଓ ରବିବାର ଛୁଟି ଦିନରେ ୟୁଟ୍ୟୁବ ଓ ଫେସବୁକରେ ନିଜର ଅଭିନୟର ଝଲକ୍ ଦେଖାଉଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରିୟମ୍ବଦା ଜଣେ ଚର୍ଚ୍ଚିତ କଳାକାର ।

ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କର ଠାଣି ବାଣୀ ଓ ଚାହାଣି ଦର୍ଶକଙ୍କୁ ମତୁଆଲା କରିଥାଏ । ଓଡ଼ିଶୀ ନୃତ୍ୟରେ ମଧ୍ୟ ନୃତ୍ୟ ଭାସ୍କର ଡ଼ିଗ୍ରୀ ହାସଲ କରିଛନ୍ତି । ଛନ୍ଦ, ଲୟ, ତାଳ ଓ ଭଙ୍ଗୀ ସଠିକ୍ ଭାବେ ଅଭିନୟ ସମୟରେ ପରିପୃଷ୍ଠନ କରିବାର ଦକ୍ଷତା ରହିଛି । ଶ୍ରୀକୃଷ୍ଣ ବେଶ ଧାରଣ କରିଥିବା ବେଳେ ତାଙ୍କ ହସ ଓ ଚାହାଣି ଦର୍ଶକଙ୍କ ମନ କିଣି ନେଇଥାଏ । ମଂଚରେ ସବୁଜ ବାନାନୀ କ୍ଷେତ୍ରର ଝଲକ ସହ ବାଦ୍ୟଯନ୍ତ୍ରରେ କୋଇଲିର କୁହୁ କୁହୁ ସ୍ଵର । କଦମ୍ବ ଡ଼ାଳ ହଲୁଛି ଓ ଫୁଲ ଫୁଟିଛି, ମୟୁର ନୃତ୍ୟ କରୁଛି । କଳା ବାଦଲ ସାଇଁ ସାଇଁ ଚାଲୁଛି, ରଙ୍ଗ ବେରଙ୍ଗରେ ସଜ୍ଜା ହୋଇଛି କୁଞ୍ଜ । ଜୁଇ ଜାଇ ମାଳତି ଓ ହେନା ଫୁଲର ବାସ୍ନାରେ ମହକୁଛି । ଏପରି ସାଜସଜ୍ଜାରେ ସଜ୍ଜା ହୋଇଥିବା ମଂଚରେ ସଫଳ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ପ୍ରିୟମ୍ବଦା । ଏପରିକି ରାଧା ବେଶଧାରୀ କଳାକାର ପ୍ରିୟମ୍ବଦାଙ୍କୁ ସତ କୃଷ୍ଣ ଭାବି ଅଭିନୟ କରିଥାନ୍ତି ବୋଲି ସେ କହିଥିଲେ । ଦର୍ଶକଙ୍କ ତାଳି ଓ ଫୁଲମାଳ ପ୍ରଦାନରେ ନିଆରା ପରିବେଶ ସୃଷ୍ଟି ହୋଇଥାଏ । ଦୁର୍ଗା ଓ ଶ୍ରୀକୃଷ୍ଣ ଚରିତ୍ରରେ ସଫଳ ଅଭିନୟ କରିବାରେ ମାହିରି ପ୍ରିୟମ୍ବଦା । ମାଣବସା ଲକ୍ଷ୍ମୀ ପୁରାଣରେ ତାଙ୍କ ଅଭିନୟ ଉଚ୍ଚ ପ୍ରଂଶସନୀୟ ହୋଇଛି । ତରଙ୍ଗ ଚାନେଲରେ ସେ ଆଙ୍କର ଭାବେ କାର୍ଯ୍ୟ କରିଥିଲେ । ପୁରୀ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଅଭିନୟ କରି ପ୍ରଶଂସାପତ୍ର ପାଇଛନ୍ତି । ରାଜସ୍ଥାନ, ଜୟପୁର ଜବାହର କଳା କେନ୍ଦ୍ର, ନଭି ମୁମ୍ବାଇର ଜଗନ୍ନାଥ ସେବକ ସଂଗଠନ, କର୍ଣ୍ଣାଟକର ନ୍ୟାସନାଲ କଲଚରାଲ ଫେଷ୍ଟ, ଆନ୍ଧ୍ରପ୍ରଦେଶର ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ, କେରଳର ନଟୁକୁଟୁମ୍ବ ଫେଷ୍ଟିଭାଲ, ରାଜ୍ୟସ୍ତରୀୟ ଅଭିନନ୍ଦନିକା ସମ୍ମାନ, ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ, ସୋର ମହୋତ୍ସବ, ଜିଲ୍ଲାର ବିଭିନ୍ନ ମହୋତ୍ସବ ଓ ଅନୁଷ୍ଠାନର ଶତାଧିକ ପ୍ରଂଶସା ପତ୍ର ପାଇଛନ୍ତି । ଓଡ଼ିଶୀ କ୍ଲାସିକାଲ ଡ଼୍ୟାନ୍ସରେ ବେଶ ସଫଳତା ପାଇଛନ୍ତି । ଅଭିନୟ ପାଇଁ ତାଙ୍କ ପିତାଙ୍କ ପ୍ରେରଣା ଓ ମାତାଙ୍କ ସହଯୋଗ ଆଜି ତାଙ୍କୁ ଜଣେ ପ୍ରତିଷ୍ଠିତ କଳାକାର ଭାବେ ପରିଚିତ କରିଛି । ମାହାରୀ ଦେବଦାସୀ ନୃତ୍ୟର ମାଦକତାରେ ଦର୍ଶକ ହୋଇଛନ୍ତି ଆତ୍ମବିଭୋର । ସବୁ ସେଇ ଲୀଳାମୟ ନୀଳକନ୍ଦରର ନିଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁ ନୃତ୍ୟ ଓ ଅଭିନୟରେ ଅଗ୍ରସର ହୋଇଛନ୍ତି ବୋଲି କହିଛନ୍ତି ପ୍ରିୟମ୍ବଦା । ମାଣବସା ଝୋଟି, ଚିତା, ପେଂଟିଙ୍ଗରେ ମଧ୍ୟ ସିଦ୍ଧହସ୍ତ ପ୍ରିୟମ୍ବଦା ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ

You Might Also Like

ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାତ ମାସ ହେଲା ବାବୁଲାଲ ନିଖୋଜ : ବେଲଗାଁ ପୋଲିସ ଶୋଇ ରହିଛି
ଗୋପାଳପୁରରେ ମତ୍ସ୍ୟଜୀବୀଙ୍କ ସହ କଥା ହେଲେ ରାଜ୍ୟପାଳ
ଏଗାର କାଉଡ଼ିଆ ଆହତ ଓ ତିନି ଜଣ ଗୁରୁତର
ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣା, ଜାହାଜରୁ ଡେଇଁଲେ କ୍ରିଉ ମେମ୍ବର
Next Article ଦିଲ୍ଲୀରେ ଅଙ୍ଗାର ଓ କାଠ ଧୁଆଁରେ ଅଣନିଶ୍ୱାସୀ ହୋଇ 6ଜଣଙ୍କ ମୃତ୍ୟୁ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?