ଭୁବନେଶ୍ୱର, 01 ଡିସେମ୍ବର (ହି.ସ.) ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୩୯ପ୍ରତିଶତ ଖର୍ଚ୍ଚ ହୋଇଛି । ପ୍ରତାପ କେଶରୀ ଦେଓଙ୍କ ଏ ସମ୍ପର୍କିତ ପ୍ରଶ୍ନର ରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତର ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ।
ଏହି ପ୍ରଶ୍ନ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ବିଧାୟକ ମାନେ କମ ଖର୍ଚକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇବାକୁ ଚେଷ୍ଟା କରିଥିଲେ । ହେଲେ ମନ୍ତ୍ରୀ ହରିଚନ୍ଦନ କହିଥିଲେ ଯେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ ରାଶି ଶତ ପ୍ରତିଶତ ଖର୍ଚ କରାଯିବ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି ହୋଇଛି ଯାହାକି ମୋଟ ବଜେଟ୍ର ୩୯ ପ୍ରତିଶତ । ସେ କହିଛନ୍ତି ଯେ ଆର୍ଥିକ ବର୍ଷ ଶେଷ ହେବା ପାଇଁ ଆହୁରି ୪ ମାସ ଅଛି । ତେଣୁ ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ସେ କହିଚନ୍ତି ଯେ -ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି ସେସବୁ ବିଭାଗର ସମୀକ୍ଷା କରାଯିବ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ବର୍ଷ ଅକ୍ଟୋବର ସୁଦ୍ଧା ୩୬% ଖର୍ଚ୍ଚ ହୋଇଥିଲା, ଏଥର କିନ୍ତୁ ୩୯% ହୋଇଛି ।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
