Bhubneshwar, 1 ଡିସେମ୍ବର (ହି.ସ.)
ଲୋକେଶ ଚନ୍ଦ୍ର ଦୁବେ
1995ରେ ରିଲିଜ୍ ହୋଇଥିବା ଅମିର୍ ଖାନ ଓ ଉର୍ମିଲା ମାତେଣ୍ଡକରଙ୍କର
କଲ୍ଟ-କ୍ଲାସିକ୍ ‘ରଙ୍ଗୀଲା’ ପୁଣି ଥରୋ ବଡ଼
ପରଦାକୁ ଫେରିବାକୁ ଯାଉଛି। ପ୍ରାୟ 30 ବର୍ଷ ପରେ ଏହି
ପ୍ରତିଷ୍ଠିତ ଫିଲ୍ମଟିକୁ ପୁଣିଥରେ ସିନେମାଘରେ ରିଲିଜ୍ କରାଯାଇଛି। ଆରଡି ବର୍ମନଙ୍କ ସଙ୍ଗୀତ, ଏ.ଆର. ରହମାନଙ୍କର ବ୍ୟାକଗ୍ରାଉଣ୍ଡ ସ୍କୋର, ଆମିର୍-ଉର୍ମିଲାଙ୍କର ଅନ-ସ୍କ୍ରିନ୍ କେମିଷ୍ଟ୍ରୀ ଓ
ରାମ୍ ଗୋପାଲ୍ ଵର୍ମାଙ୍କର ନିଆରା ନିର୍ଦେଶନା ଏହି ଫିଲ୍ମକୁ 90 ଶତକର ସବୁଠାରୁ ଯାସ୍ମରଣୀୟ ଫିଲ୍ମ ଭିତରେ ସାମିଲ୍
କରିଥିଲା। ଏହି ବିଶେଷ ଅବସରରେ ଫିଲ୍ମର ନିର୍ଦେଶକ ରାମ୍ ଗୋପାଲ୍ ଵର୍ମା ତାଙ୍କର ‘ହିନ୍ଦୁସ୍ଥାନ ସମାଚାର’ ସହିତ ବିଶେଷ
ଆଲୋଚନା କରିଛନ୍ତି। ଏହି ସମୟରେ ସେ ନିଜର ‘ରଙ୍ଗୀଲା’ ପୁଣି ରିଲିଜ୍ ହେବାକୁ ନେଇ ତାଙ୍କର ଭାବନାଗୁଡିକୁ
ସେୟାର୍ କରିଛନ୍ତି, ନିଜ ଫିଲ୍ମୀ
କ୍ୟାରିୟର, ବଦଳୁଥିବା ସିନେମା ଦୁନିଆ ଓ ସାଉଥ ଭର୍ସେସ୍ ବଲିଉଡ୍ ଉପରେ
ବି କିଛି ଖୋଲା କଥା ହୋଇଛନ୍ତି।
ଆଜି ପଛକୁ ଫେରି ଦେଖିଲେ ‘ରଙ୍ଗୀଲା’ ଆପଣଙ୍କର କ୍ୟାରିୟର ପାଇଁ କେମିତି ମୂଲ୍ୟ ରଖେ? କିଛି ଫିଲ୍ମ ବାସ୍ତବରେ
ଟାଇମଲେସ ହୋଇଥାଏ। ସେଗୁଡିକୁ ଆପଣ ଯେକୌଣସି ସମୟରେ ଦେଖିଲେ, ସବୁବେଳେ ସେହି
ଆନନ୍ଦ, ସେହି
ଏଣ୍ଟରଟେନମେଣ୍ଟ ମିଳିଥାଏ। ଏହି ଫିଲ୍ମର କହାଣୀ ଓ ଏହାର ଚରିତ୍ରଗୁଡିକ ଆଜି ବି ଦର୍ଶକମାନଙ୍କ
ସହିତ ସେହି ପ୍ରକାର ଯୋଡ଼ାଯାଇଥାଏ, ଯେପରି ପ୍ରଥମେ ଯୋଡ଼ି ଥିଲେ। ଏହି ଫିଲ୍ମର ଗୀତଗୁଡିକୁ ଯେପରି କଂପୋଜ
କରାଯାଇଥିଲା ଓ ଯେପରି ସେଗୁଡିକୁ ସୁନ୍ଦର ଭାବେ ଫିଲ୍ମାୟିତ କରାଯାଇଥିଲା, ସେହି ସମୟରେ ଏହା
ଏକ ନୂତନ ବେଞ୍ଚମାର୍କ ସେଟ୍ କରିଦେଇଥିଲା। ଅନେକ ଏମିତି କ୍ରିଏଟିଭ୍ ଏଲିମେଣ୍ଟ୍ସ ଅଛି, ଯେଉଁଗୁଡିକ ଏକସାଙ୍ଗରେଏହି ଫିଲ୍ମକୁ କେବଳ
ସଫଳ କରିବାକୁ ନୁହେଁ, ବରଂ ଏହାକୁ ଏକ
କ୍ଲାସିକ୍ ରୂପେ ମାନ୍ୟତା ଦେଇଛି।
ଆପଣ କହିପାରିବେ ଏଆର ରହମାନଙ୍କୁ ଏହି ପ୍ରୋଜେକ୍ଟ ସହ ଯୋଡିବାର
ନିଷ୍ପତି କିପରି ନେଇଥିଲେ ?
‘ରଙ୍ଗୀଲା’ ପୂର୍ବରୁ ମୁଁ ରହମାନଙ୍କ କାମ ବିଷୟରେ
ଶୁଣିଥିଲୀ ଏବଂ ସତ କହିବାକୁ ଗଲେ, ତାଙ୍କ ସଙ୍ଗୀତ ପ୍ରସ୍ତୁତି, ତାଙ୍କର ରିଦମ୍—ସବୁକିଛି ମତେ
ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ଭଲ ସଙ୍ଗୀତକାର ଅନେକ ଅଛନ୍ତି, କିନ୍ତୁ ରହମାନଙ୍କର
ଧୁନରେ ଯେ ତାଜାପଣ ଓ ପରୀକ୍ଷାତ୍ମକ ସ୍ପର୍ଶ ଥାଏ, ସେହିଟା ଅନ୍ୟ କାହାରି କାମରେ ମୁଁ ଦେଖି ନଥିଲି। ସେହି ଯୋଗୁ
ଆରମ୍ଭରୁ ମୁଁ ଏହି ଫିଲ୍ମର ସଙ୍ଗୀତ ତାଙ୍କ ଠାରୁ କରାଇବାକୁ ବହୁତ ଉତ୍ସୁକ ଥିଲି।
ମୁଁ ମ୍ୟୁଜିକ୍ ପ୍ରୋସେସ୍ରେ କେବେ ଦଖଲ ଦେଉନଥିଲି, କାରଣ ମତେ ଭରସା
ଥିଲା—ରହମାନ୍ ଯାହା କରିବେ, ତା ଅଦ୍ଭୁତ୍ ହେବ।
ଏବଂ ଠିକ ସେହିଟା ହେଲା। ‘ରଙ୍ଗୀଲା’ର ସଙ୍ଗୀତ ଯେତେ ହିଟ୍ ହେଲା, ସେଥିରୁ ସ୍ପଷ୍ଟ ଯେ
ସେତେବେଳେ ରହମାନ୍ ଯାହା ସୃଷ୍ଟି କରିଥିଲେ, ସେହି ଜାଦୁ ବୋଧହୁଏ ପୁଣିଥରେ ହୁଏତ କେବେ ସହଜରେ ଦୋହରାଇବା କଷ୍ଟକର
ହେବ।
ଆଜିର ସିନେମା
ପରିବେଶରେ ସେହି କାହାଣୀ କହିବାକୁ ହେଲେ ଆପଣ କଣ ପରିବର୍ତ୍ତନ ସୁପାରିଶ କରିବେ?
‘ରଙ୍ଗୀଲା’ର କହାଣୀ
ପ୍ରତ୍ୟେକ ଥର ସେତିକି ପ୍ରାସଙ୍ଗିକ ଓ ଜୀବନସଂଗତ ଅଟେ, ତେଣୁ ମୋତେ ଲାଗୁନି ଯେ. ଏଥିରେ କୌଣସି ପରିବର୍ତ୍ତନ କରିବାର
ଆବଶ୍ୟକତା ଅଛି । ବ୍ୟକ୍ତିଗତ ଭାବେ ମୁଁ ଚାହିଁବି ନାହିଁ ଯେ, ଏହାର ସିକ୍ଵେଲ୍ କରାଯାଉ କିମ୍ବା
ପୁଣିଥରେ ଏହାକୁ ରିକ୍ରିଏଟ୍ କରିବାର ଚେଷ୍ଟା ହେଉ। ଏହି ଫିଲ୍ମର ଆତ୍ମା ଏହାର କଳାକାରମାନେ, ସଙ୍ଗୀତ ଓ ସେହି
ସମୟର ନିର୍ମଳତାରେ ରହିଛି, ଯାହାକୁ ଠିକ୍
ସେହିଭଳି ପୁଣିଥରେ ଗଢ଼ିବା କଷ୍ଟକର। ଦର୍ଶକମାନେ ମଧ୍ୟ ସମ୍ଭବତଃ ଏହି କହାଣୀକୁ ନୂତନ
କଳାକାରମାନଙ୍କ ସହିତ ଦେଖିବା ପସନ୍ଦ କରିବେ ନାହିଁ, କାରଣ ସେମାନଙ୍କ ପାଇଁ ‘ରଙ୍ଗୀଲା’ ସେହି ଆକାରରେ ହିଁ ପରିପୂର୍ଣ୍ଣ
ଥିଲା।
ଆପଣଙ୍କୁ ଲାଗେ କି
ଆଜିର ଫିଲ୍ମନିର୍ମାତାମାନେ ହିନ୍ଦୀ ସିନେମାରେ ରିସ୍କ୍ ନେବାକୁ କିମ୍ବା ନୂଆ ପରୀକ୍ଷା କରିବାକୁ
ପଛଘୁଂଚା ଦିଅନ୍ତି?
ମୋ କଥା କହିବି ତ, ମୁଁ କେବେ ବି ରିସ୍କ୍ ଭାବିକି ଫିଲ୍ମ ନିର୍ମାଣ କରିନାହିଁ।
ପ୍ରତ୍ୟେକ ପ୍ରୋଜେକ୍ଟ୍ ମୋ ପାଇଁ ଏକ ପ୍ରକାରର ଆତ୍ମବିଶ୍ୱାସ ଥିଲା—କହାଣୀ ଉପରେ, ମୋ ଟିମ୍ ଉପରେ ଓ
ମୋର ସୃଜନାତ୍ମକ ଅନୁଭୂତି ଉପରେ। ତାହାର ବିପରୀତ, ଯେଉଁମାନେ ସବୁବେଳେ ଏକ ପ୍ରକାରର ଫିଲ୍ମ ପୁଣିପୁଣି ବନାନ୍ତି, ବାସ୍ତବରେ ସେମାନେ
ହିଁ ସବୁଠାରୁ ବଡ଼ ରିସ୍କ୍ ନେଉଛନ୍ତି।
ଆଜିର ଦର୍ଶକମାନେ ଅତ୍ୟନ୍ତ ସଚେତନ ଓ ତାଙ୍କର ପସନ୍ଦ ବାରମ୍ବାର
ବଦଳୁଛି। ଏହି କାରଣରୁ ପ୍ରାୟ 90% ଫିଲ୍ମ ବକ୍ସ୍
ଅଫିସ୍ରେ ଫେଲ୍ ହେଉଛି। ଏହାର ସରଳ ଅର୍ଥ ହେଲା—ଏହି ଇଣ୍ଡଷ୍ଟ୍ରିରେ ଏବେ କୌଣସି ଫର୍ମୁଲା କିମ୍ବା
ଶୈଳୀର ସଫଳତାର କୌଣସି ଗ୍ୟାରେଂଟି ନାହିଁ। ଅରିଜିନାଲିଟି ଓ ସତ୍ୟନିଷ୍ଠା ହିଁ କାମରେ
ଆସେ।
‘କାନ୍ତାରା’ର ସଫଳତା
ପରେ, କି ହିନ୍ଦୀ
ଫିଲ୍ମନିର୍ମାତାମାନେ ସାଉଥ ସିନେମାରୁ କିଛି ଶିଖିବା ଉଚିତ୍? ଆପଣ ଏହାକୁ ନେଇ ଏକ ଟ୍ୱିଟ୍ ମଧ୍ୟ କରିଥିଲେ, ତାହାର ପଛରେ
ଆପଣଙ୍କ ଭାବନା କଣ ଥିଲା?
ଦେଖାଯାଏ ଯେ ସାଉଥରେ ମଧ୍ୟ ଅନେକ ଫିଲ୍ମ ବନାଯାଏ ଯେଉଁଗୁଡ଼ିକ ଆଶା
ଅନୁସାରେ ଭଲ ନୁହେଁ। ଆମେ ସାଧାରଣତଃ କେବଳ ସଫଳ କିମ୍ବା ଭଲ ଫିଲ୍ମଗୁଡ଼ିକୁ ଦେଖି ଏହା ଭାବି
ବସୁଥାଉ ଯେ ସେଠାରେ ପ୍ରତ୍ୟେକ ଫିଲ୍ମ ଭଲ ହୁଏ— କିନ୍ତୁ ଏହା ସତ୍ୟ ନୁହେଁ। ହଁ, ଋଷଭ ଶେଟ୍ଟି ଓ
ସନ୍ଦୀପ ୱାଙ୍ଗା ରେଡ୍ଡି ଭଳି କିଛି ବଛାବଛା ଫିଲ୍ମନିର୍ମାତା ଅଛନ୍ତି ଯେଉଁମାନେ ଅରିଜିନାଲ୍, ନୂଆ ଓ କ୍ରିଏଟିଭ୍
କଣ୍ଟେଣ୍ଟ ସୃଷ୍ଟି କରୁଛନ୍ତି— କିନ୍ତୁ ଏଗୁଡ଼ିକ ବହୁତ ସୀମିତ ଉଦାହରଣ ମାତ୍ର।
ମୁମ୍ବାଇର କର୍ପୋରେଟ୍ ପ୍ରଡକ୍ସନ୍ କମ୍ପାନୀରେ ସାଧାରଣତଃ 10 ଜଣ ଏକାସାଥି ବସି
ଫିଲ୍ମର ପ୍ରତ୍ୟେକ ପ୍ରାସଙ୍ଗିକ ବିଷୟରେ ନିଷ୍ପତ୍ତି ନିଅନ୍ତି। ମୋର ଅନୁଭବ କୁହେ ଯେ ଏହାଦ୍ୱାରା
କ୍ରିଏଟିଭିଟି ପ୍ରଭାବିତ ହୋଇଥାଏ ଓ ଅନେକ ସମୟରେ ସେହି ନିଷ୍ପତ୍ତିଗୁଡ଼ିକ ଫିଲ୍ମ ପାଇଁ ସଠିକ୍
ସାବ୍ୟସ୍ତ ହୁଏ ନାହିଁ।
ଏହାର ବିପରୀତ, ଯେତେବେଳେ କୌଣସି ପ୍ରତିଭାଶାଳୀ
ନିର୍ଦେଶକ ଏକା କିମ୍ବା ଛୋଟ ଗୋଟିଏ ଦଳ ସହିତ ଫିଲ୍ମ ଉପରେ କାମ କରେ, ସେ ଏକଦମ୍ ଭିନ୍ନ ଓ
ଅସାଧାରଣ କିଛି ସୃଷ୍ଟି କରିପାରେ। ମୋର ମତ ହେଉଛି ଯେ ସବୁଠାରୁ ଭଲ ପଦ୍ଧତି ହେବ—ନିର୍ଦେଶକଙ୍କୁ
ପୂର୍ଣ୍ଣ ସୃଜନାତ୍ମକ ସ୍ୱାଧୀନତା ଦିଆଯାଉ। ଯାହାଦ୍ୱାରା ସେ ନିଜ କଥା ଓ ନିଜ ଦୃଷ୍ଟିକୋଣକୁ
ପୁରାପୁରି ଫିଲ୍ମରେ ପରିଣତ କରିପାରିବେ।
ତା’ପରେ ପ୍ରଡକ୍ସନ୍ ଟିମ୍ ବ୍ୟବସାୟ ଓ ମାର୍କେଟିଙ୍ଗ ଭଳି ପ୍ରାୟୋଗିକ
ଦିଗରେ ପରାମର୍ଶ ଓ ନିଷ୍ପତ୍ତି ନେଇପାରିବ। ଏହି ପ୍ରକାରର ସୃଜନାତ୍ମକ ସ୍ୱାଧୀନତା ଓ ବ୍ୟାପାରିକ
ଇନ୍ପୁଟ୍ର ସନ୍ତୁଳନ ଫିଲ୍ମର ଗୁଣବତ୍ତା ଓ ସଫଳତା—ଦୁଇଟି ପାଇଁ ସବୁଠାରୁ ଅଧିକ କାର୍ଯ୍ୟକାରୀ
ସାବ୍ୟସ୍ତ ହୋଇପାରେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
