
ଭୁବନେଶ୍ଵର, ୧୨ ଜାନୁଆରୀ (ହି.ସ.)- ରାଜ୍ୟର କଟକ, ସୋନପୁର ଓ ଫୁଲବାଣୀରେ ଆଜି ଘନ କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ସେହିପରି ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର ଏବଂ ରାଉରକେଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
