• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ପାହିମହୁରା ବୟନ ଶିଳ୍ପ ପାର୍କ ନିର୍ମାଣର କଚ୍ଛପ ଗତି, ନିର୍ମାଣ ଶେଷ ନେଇ ପ୍ରଶ୍ନବାଚୀ
Regional

ପାହିମହୁରା ବୟନ ଶିଳ୍ପ ପାର୍କ ନିର୍ମାଣର କଚ୍ଛପ ଗତି, ନିର୍ମାଣ ଶେଷ ନେଇ ପ୍ରଶ୍ନବାଚୀ

CliQ INDIA
Last updated: March 20, 2024 1:49 pm
CliQ INDIA
Share
3 Min Read
SHARE

ଭଦ୍ରକ,  – ରାଜ୍ୟର ବହୁ ପ୍ରତୀକ୍ଷିତ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ପାହିମହୁରା ଠାରେ ନିର୍ମାଣ ହେବାକୁ ଥିବା ବୟନଶିଳ୍ପ ପାର୍କ କାର୍ଯ୍ୟର କଚ୍ଛପ ଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୫୯.୬୨ ଏକର ଜମିରେ ନିର୍ମାଣ ହେଉଥିବା ଏହି ବୟନଶିଳ୍ପ ୨୦୨୪ ମସିହାରେ କାର୍ଯ୍ୟକାରୀ ହେବ ବୋଲି ସରକାର ଯେଉଁ ଘୋଷଣା କରିଛନ୍ତି, ଏହାର ନିର୍ମାଣର ମନ୍ଥରତା ସମସ୍ତ ଆଶାକୁ ଆଶଙ୍କାରେ ପରିଣତ କରିଛି । ଏଠାରେ ସୂଚନାଯୋଗ୍ୟ ଧରଣୀ ସୁଗାର୍ସ ପକ୍ଷରୁ ଚିନିକଳ ପାଇଁ ଅଧିଗୃହୀତ ୨୩୭ ଏକର ଜମିରେ ଚିନିକଳ ସ୍ଥାପନାର ଆଶା ଲିଭିଯିବା ପରେ ଏହି ଜମିକୁ ଇଡ୍କୋକୁ ହସ୍ତାନ୍ତର କରାଯାଇଥିଲା । ପରେ ରାଜ୍ୟ ସରକାର ଏଠାରେ ଏକ ଫୁଡ୍ ପାର୍କ ନିର୍ମାଣ ପାଇଁ ଘୋଷଣା କରିଥିବାବେଳେ ଆଇଓସିଏଲ୍ ପକ୍ଷରୁ ବୟନଶିଳ୍ପ ପାର୍କ ନିର୍ମାଣ ପ୍ରକ୍ରିୟା ଗତ ୨୦୨୨ ମସିହାରୁ ଆରମ୍ଭ ହୋଇଛି । ୧୯୭୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ୨୦୨୪ ମସିହା ସୁଦ୍ଧା ଶେଷ ହେବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଇତିମଧ୍ୟରେ ବର୍ଷର ଏକ ଚତୁର୍ଥାଂଶ ଅର୍ଥାତ୍ ମାର୍ଚ୍ଚ ମାସ ସଂପୂର୍ଣ୍ଣ ହେଉଥିବାବେଳେ ଏହି ବୟନଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟରେ ସେଭଳି କୌଣସି ବିଶେଷ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିନାହିଁ । ସବୁଠାରୁ ପରିତାପର ବିଷୟ ବୟନଶିଳ୍ପ ପାର୍କକୁ ୧୬ନଂ ଜାତୀୟ ରାଜପଥ ସହ ସଂଯୁକ୍ତ କରିବା ପାଇଁ ଏକ ପୋଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରିଲା ନାହିଁ । କେବଳ ଯାହା ପାର୍କ ଅଂଚଳ ପାଇଁ ଭିତରର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଚିନି ଶିଳ୍ପ ସ୍ଥାପନ ପାଇଁ ଜମି ଅଧିଗ୍ରହଣ ପରେ ଶିଳ୍ପ ସ୍ଥାପନ ହେବାର ସ୍ୱପ୍ନ ଦେଖାଇ ବିଭିନ୍ନ ରାଜନୈତିକ ଦଳ ପ୍ରତି ନିର୍ବାଚନ ପୂର୍ବରୁ ଏହାକୁ ଏକ ନିର୍ବାଚନୀ ପ୍ରତିଶ୍ରୁତି ଭାବେ ଭୋଟର ମାନଙ୍କୁ ଯାହା ଭୁଆଁ ବୁଲାଇବାର ଅପ ଚେଷ୍ଟା କରିଆସିଛନ୍ତି । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଷ୍ଠା ଯୋଗୁଁ ଏଠାରେ ଆଇଓସିଏଲ୍ ପକ୍ଷରୁ ବୟନ ଶିଳ୍ପ ପାର୍କ ସ୍ଥାପନ ପାଇଁ ୨୦୨୦ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାଜ୍ୟ ସରକାର ଏଥିପାଇଁ ୫୯.୬୨ ଏକର ଜମି ଯୋଗାଇ ଦେଇଥିବାବେଳେ ଅବଶିଷ୍ଟରେ ଫୁଡ୍ ପାର୍କ କରାଯିବ ବୋଲି ଘୋଷଣା କରିଥିଲେ । ମାତ୍ର ସ୍ଥାପନ ନେଇ କୌଣସି ଘୋଷଣା କିମ୍ବା କାର୍ଯ୍ୟ ପରିଲକ୍ଷିତ ହେଉନାହିଁ । ତେବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳ ଗୁଡିକ ପୁଣି ନିଜ ନିଜ ସପକ୍ଷରେ ବୟାନ ବାଜି କରିବା ସହ ଚାଷଜମି ହରାଇଥିବା ପରିବାର ଓ ସ୍ଥାନୀୟ ଲୋକଙ୍କୁ କିଭଳି ଆକୃଷ୍ଟ କରାଇବେ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଏହି ଅଧିକୃତ ବାକି ସ୍ଥାନରେ ଅନ୍ୟ ଶିଳ୍ପ ସ୍ଥାପନ ପାଇଁ ଯୋଜନା ରହିଥିବାବେଳେ ରାଜ୍ୟ ସରକାର ଯେ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ (ଫୁଡ୍ ପାର୍କ) ଶିଳ୍ପ ପ୍ରତିଷ୍ଠା ନିଷ୍ପତ୍ତିରୁ ପଛଘୁଞ୍ଛା ଦେଲେଣି ବୋଲି ସେଥିନେଇ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହାଁନ୍ତି । ଏପରିକି ଭଦ୍ରକ ଜିଲାର ମେଡିକାଲ କଲେଜ ସ୍ଥାପନ ଆଶାରେ ଆନ୍ଦୋଳନ ଚଳାଇଥିବା ବୁଦ୍ଧିଜୀବୀମାନେ ମଧ୍ୟ ଏହି ସ୍ଥାନରେ ମେଡିକାଲ କଲେଜ ନିର୍ମାଣ ହେବାର ଆଶା ରଖିଛନ୍ତି । ଗମନାଗମନର ବ୍ୟବସ୍ଥା ସହ ଏହାର ଏଥିପାଇଁ ଏକ ପ୍ରକୃଷ୍ଠ ସ୍ଥାନ ବୋଲି ବିବେଚନା କରାଯାଉଛି । କୃଷି ଓ ଶିଳ୍ପ ସମୃଦ୍ଧ ଅଂଚଳ ହେବା ସହ ନିଜ ନିଜର ଅର୍ଥନୈତିକ ଅଭିବୃଦ୍ଧି ହେବା ଆଶା ନେଇ ଯେଉଁମାନେ ଚାଷଜମି ହରାଇଥିଲେ , ସେମାନଙ୍କ ମଧ୍ୟରୁ କେତେକ ଆଉ ଶିଳ୍ପ ଦେଖିବାକୁ ନଥିବାବେଳେ ଅନ୍ୟ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ପରମାୟୁ ସମୟରେ ଅନ୍ତତଃ ତାଙ୍କ ଜମି କେଉଁ କାମରେ ଲାଗିଲା, ତାହା ଦେଖିପାରିବେ କି ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ କେବେ ଏଠାରେ ପ୍ରଥମ ଶିଳ୍ପଟିଏ ପ୍ରତିଷ୍ଠା ହୋଇ କାର୍ଯ୍ୟକାରୀ ହେବ, ତାହାକୁ ସମସ୍ତେ ଅନାଇ ବସିଛନ୍ତି ।

 

You Might Also Like

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା ବିଷୟରେ ସଚେତନତା ସଭା
ବିପଦରେ ଭିତରକନିକାର ଲୁଣା ଜଙ୍ଗଲ – Hindusthan Samachar Odia
ସନାତନ ବିଜୁଳିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା ବନଦୁର୍ଗାଙ୍କ ଦଶହରା ପୂଜା
ସିଜେଆଇ ଭାବେ ନିଯୁକ୍ତି ପାଇଥିବାରୁ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ମରାଙ୍ଗ ଗୋମକେ ଜୟପାଲ ସିଂହ ମୁଣ୍ଡାଙ୍କ ସ୍ମରଣ କଲେ ରାଜ୍ୟପାଳ
Next Article Buyer sentenced to 2 years in jail for defrauding Rs. ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?