
ଭୁବନେଶ୍ୱର, 24 ନଭେମ୍ବର – ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବର୍ଗରେ ପୁରସ୍କାର ପାଇଁ ଆବେଦନର ସମୟସୀମା ନଭେମ୍ବର ୨୯ ତାରିଖକୁ ବୃଦ୍ଧି ପାଇଛି । ଆବେଦନକାରୀ ଆସନ୍ତା ୨୯ ତାରିଖ ବୁଧବାର ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ’ର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ସୂଚନା ଦେଇଛନ୍ତି । ପୂର୍ବରୁ ଆବେଦନର ଶେଷ ସମୟ ନଭେମ୍ବର ୨୪ ତାରିଖ ଥିଲା । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର େୱବ୍ସାଇଟ୍ www.mଟଞ୍ଛ.ଞ୍ଚଛiଟhଚ୍ଚ.ଜ୍ଜଞ୍ଚଠ.inରେ ଆବେଦନ କରିପାରିବେ । ଏହା ବ୍ୟତୀତ ଜିଲ୍ଲା ଓ ବ୍ଲକସ୍ତରରେ ଆୟୋଜିତ ସ୍ୱତନ୍ତ୍ର କ୍ୟାମ୍ପଗୁଡ଼ିକରେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୭କୁ ବୃଦ୍ଧି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ, ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ), ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ), ପ୍ରାଥମିକ ବିଦ୍ୟାଳୟ, ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ଓ ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ), ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଜାରି ରହିଛି । ମାଧ୍ୟମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆବେଦନ କରିବେ । ସେହିପରି ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ଆବେଦନ କରିବେ । ଅନ୍ୟପକ୍ଷରେ ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ । ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ । ସେହପିରି ଡିଇଓ, ବିଇଓ, ସିଆର୍ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ । ଜିଲ୍ଲା ପୁରସ୍କାର ପାଇଁ ଜିଲ୍ଲାପାଳ ଓ ବ୍ଲକ୍ ପୁରସ୍କାର ପାଇଁ ବିଡିଓ ଆବେଦନ କରିିବେ । ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ େୱବ୍ସାଇଟ୍ରେ ଆବେଦନ କରିବେ । ଅଧିକ ବିବରଣୀ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର େୱବ୍ସାଇଟ୍ରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧାବୀ, ମେଧାବୃତ୍ତି ଓ ନେତୃତ୍ୱ ପୁରସ୍କାର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ କରାଯିବ । ରାଜ୍ୟସ୍ତରରେ ୧୯,୪୬୭ଟି ପୁରସ୍କାର ବାବଦରେ ୩୨,୧୭,୨୯,୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪,୫୮,୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ବ୍ଲକ୍ସ୍ତରରେ ୩୪,୮୫୪ଟି ପୁରସ୍କାର ବାବଦକୁ ୫୯,୯୭,୪୦,୦୦୦ ଟଙ୍କା ପ୍ରଦାନ କରାଯିବ । ମହାନଗର ନିଗମସ୍ତରରେ ୫୦ଟି ପୁରସ୍କାର ପାଇଁ ୬୫,୫୦,୦୦୦ ଓ ସବ୍ଡିଭିଜିନାଲ୍ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧,୬୦,୦୦୦ ପୁରସ୍କାର ରାଶି ଦିଆଯିବ ।
ହିନ୍ଦୁସ୍ଥାନ ସମାଚାର /
