କୋରେଇ, ୨୮ ଡିସେମ୍ବର (ହି.ସ.)- ପାଣିକୋଇଲି ବଜାରରେ ୨୦ ନମ୍ବର ଜାତୀୟ ରାଜପଥ କଡରେ ଲାଗିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକଟି ଦୀର୍ଘ ମାସ ହେବ ଅଚଳ ହୋଇ ପଡିଥିଲା । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ହେଲେ ବିଭାଗ ନୀରବଦ୍ରଷ୍ଟ୍ରା ସାଜିଥିଲା । ଦୁଇଟି ରାଜପଥର ସଂଯୋଗ ସ୍ଥଳ ପାଣିକୋଇଲି ବଜାରେ ଦିବାରାତ୍ରୀ ଯାତ୍ରୀଙ୍କ ଯାତାୟତ ଲାଗିରହୁଥିବାରୁ ଏଠାରେ ଆଲୋକର ଆବଶ୍ୟକତା ଅନେକ ରହିଛି । ଏନେଇ ଗତ ଡିସେମ୍ବର ୬ ତାରିଖ ପାଣିକୋଇଲିର ଯୁବ ସମାଜସେବୀ ରାକେଶ ସାହୁ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକର ତ୍ୱରୀତ ମରାମତି ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଅଧିକାରୀଙ୍କୁ ଲିଖିତଭାବେ ଜଣାଇଥିଲେ । ଫଳରେ ବିଭାଗ ପକ୍ଷରୁ ଆଜି ଏହାର ମରାମତି କରାଯାଇଛି । ଫଳରେ ଅନ୍ଧାରରେ ରହୁଥିବା ବଜାର ବାସୀଙ୍କ ମୁହଁରେ ଆନନ୍ଦ ଦେଖାଦେଇଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ/ସମନ୍ୱୟ
