
ବର୍ଲିନ, 17 ନଭେମ୍ବର (ହି.ସ.) ମିଆଁମାର-ଚୀନ ସୀମାନ୍ତରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.7 ରହିଛି ।
ମିଡିଆ ସୂଚନା ମୁତାବକ, ଜର୍ମନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସେଜର ସୂଚନା ମୁତାବକ ମିଆଁମାର-ଚୀନ ସୀମାନ୍ତରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂପୃଷ୍ଠ ଠାରୁ 10 କିଲୋମିଟର ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
