
ନୂଆଦିଲ୍ଲୀ, 17 ନଭେମ୍ବର (ହି.ସ.) ଆଜି ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ମହାପର୍ବରେ ସାମିଲ ହେବାକୁ ଛତିଶଗଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଆଜି ଛତିଶଗଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ । ସମସ୍ତ ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ପିଏମ ମୋଦି । ପିଏମ କହିଛନ୍ତି ଯେ, ‘ଆପଣଙ୍କ ପ୍ରତ୍ୟେକ ଭୋଟ ଗଣତନ୍ତ୍ର ପାଇଁ ବହୁମୂଲ୍ୟ ଅଟେ’ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
