




















ମାଲକାନଗିରି, ୭ ଜାନୁଆରୀ (ହି.ସ.)- ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ସଡ଼କ ସୁରକ୍ଷା ସପ୍ତାହ, ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପରିବହନ କାର୍ଯ୍ୟାଳୟରୁ ଆଇ.ଏମ୍.ଏସ୍.ଟି. ଦେଇ ସ୍ଥାନୀୟ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୂଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଯୋଗଦେଇ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ଏମ୍.ଭି.ଆଇ. ଜୋହାନ ପ୍ରତାପ କୁଲୁ ଏବଂ ଟ୍ରାଫିକ ଇନ୍ସପେକ୍ଟର ଦୀପକ କୁମାର ସାହୁଙ୍କ ସହ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।
ଏହି ଉପଲକ୍ଷେ ଏକ ମୋଟରସାଇକେଲ ସଚେତନତା ରାଲି ମଧ୍ୟ କରାଯାଇଥିଲା। ଏଥିରେ ୪୦ ରୁ ଉର୍ଦ୍ଧ ପ୍ରତିଭାଗୀ ଥିଲେ। ହେଲମେଟ୍ , ସିଟବେଲ୍ଟ ଓ ମୋବାଇଲ୍ ର ବ୍ୟବହାରକୁ ବାରଣ ସହ ନିଶା ସେବନ ଠାରୁ ଦୂରେଇ ରହିବାକୁ ବାର୍ତ୍ତା ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ
