ବଲାଙ୍ଗିର : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମାର୍ଚ୍ଚ ୬ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପରିିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ , ଟଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର , ବଲାଙ୍ଗୀର ଏଡିସନାଲ ଏସ୍ପି ଆଇପିଏସ୍ ଅମ୍ରିତା ପାଲ କୌର ଓ ବଲାଙ୍ଗୀର ସିଡିଏମ୍ଓ କୁବେର ଚନ୍ଦ୍ର ମହନ୍ତ ଯୋଗ ଦେଇ ଏହି ପୁରୁଷ ପ୍ରଧାନ ସମାଜରେ ମହିଳା ମାନେ ନିଜକୁ କେବେ ଦୁର୍ବଳ ମନେ ନକରି ଅତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ହେବ ବୋଲି କହିଥିଲେ । ନିଜର ପ୍ରତିଭାକୁ ବିକଶିତ କରି ମହିଳା ପ୍ରତ୍ୟେକ କ୍ଷେତ୍ର ରେ ସଫଳ ହୋଇ ପାରିବ ବୋଲି ଅତିଥି ମାନେ କହିଥିଲେ । ଏହି ସମାରୋହରେ ଜିଲ୍ଲାର ସମସ୍ତ ବ୍ଲକର ଅଙ୍ଗୱାଡି କର୍ମୀ, ଏସଏଚ୍ଜି ମହିଳା, କ୍ଷେତ୍ର ପରିଦର୍ଶିକା ଓ କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ୩ଜଣ ଅଙ୍ଗନୱାଡି କର୍ମୀ ସବିତା ହରପାଲ, ଲୀଲାବତି ସାହୁ, ଓ ଜ୍ୟୋର୍ତିମୟୀ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଫଳ କ୍ଷେତ୍ର ପରିଦର୍ଶିକା ଭାବେ ମଂଜୁଳା ଦୀପ, ପ୍ରମୋଦା ପାଣିଗ୍ରାହୀ ଓ କଳାବତୀ ବିଭାର ପୁରସ୍କୃତ ହୋଇଥିଲେ । ୨ଜଣ କିଶୋରୀ ବାଳିକା ବାସନ୍ତି ଭୋଇ ଓ ପ୍ରେମଶୀଳା ନାଗ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଡିପିସି ମମତା ଶିବାନୀ ଠାକୁର ମଂଚ ପରିଚାଳନା କରିଥିବା ବେଳେ ସଂଧ୍ୟା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କିଶୋରୀ ବାଳିକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
