ଭୁବନେଶ୍ୱର, ୦୧ ଜାନୁୟାରୀ (ହି.ସ)- ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି। ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି କହିଛନ୍ତି
କଂଗ୍ରେସ ରାଜ୍ୟର ୧୦ଟି ଜିଲ୍ଲାରେ ମହିଳା ସମାବେଶ କରିବ । ପ୍ରିୟଙ୍କା ଗାନ୍ଧି ତାଙ୍କ ଓଡ଼ିଶା ଗସ୍ତ ବେଳେ ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
