ଭୁବନେଶ୍ୱର, 01 ଜାନୁଆରି (ହି.ସ.)- କେନ୍ଦ୍ରମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଯେ, ଆପଣଙ୍କ ଉତମ ସ୍ୱାସ୍ଥ୍ୟ,
ଦୀର୍ଘାୟୁ ଏବଂ ନିରନ୍ତର ସଫଳତାର ଆଶୀର୍ବାଦ ପ୍ରଦାନ କରନ୍ତୁ ତଥା ଜନକଲ୍ୟାଣ ଏବଂ ଦେଶସେବା
ପଥରେ ଆପଣଙ୍କୁ ପ୍ରେରଣା ଏବଂ ଶକ୍ତି ଦିଅନ୍ତୁ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
