
ଭୁବନେଶ୍ୱର, 21 ଜାନୁଆରୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମରିସସ୍ର ଲୋକ ନିଜ ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି ଏବଂ ସେଥିରେ କଥା ଏବଂ ଭଜନ ମାଧ୍ୟମରେ ରାମ ଭକ୍ତି ସାମିଲ ରହିଛି । ଏତେ ବର୍ଷ ପର୍ଯ୍ୟନ୍ତ ଏତେ ଗଭୀର ସାଂସ୍କୃତିକ ମୂଳ ଏବଂ ଭକ୍ତିର ପ୍ରସାର ଦେଖି ବେଶ୍ ଭଲ ଲାଗିଲା ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
