କେନ୍ଦ୍ରାପଡ଼ା, ୧୫ ଫେବୃଆରୀ – ପୁଲୱାମା ଠାରେ ସହିଦ୍ ହୋଇଥିବା ଯୱାନମାନଙ୍କୁ ସରସ୍ୱତୀ ପୂଜାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କେନ୍ଦ୍ରାପଡା ବ୍ଲକଅନ୍ତର୍ଗତ ଜମଧର ପଂଚାୟତରେ ଏହି ଉପଲକ୍ଷେ ସରପଂଚ ରାଜକିଶୋର ଖୁଣ୍ଟିଆଙ୍କ ନେତୃତ୍ୱରେ ସରସ୍ୱତୀ ପୂଜାରେ ପଂଚାୟତର ୮ ଗୋଟି ପୂଜା କମିଟିର ସଭାପତି, ସଂପାଦକ, ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ରହି ପୁଲୱାମା ଠାରେ ସହିଦ୍ ହୋଇଥିବା ଯୱାନମାନଙ୍କ ଉଦ୍ଦେଶ୍ୟରେ ମହମବତୀ ଧରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ, ମହିଳା ଯୁବକ, ଯୁବତୀ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
