
କୋଲକାତା, 21 ଜାନୁଆରୀ (ହି.ସ.) ଜାନୁୟାରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଦେଶର ଅନେକ ରାଜ୍ୟରେ ଛୁଟି ଘୋଷଣା ହୋଇଛି । ଅନେକ ବଡବଡ ସଂସ୍ଥା ମଧ୍ୟ ଛୁଟି ରହିବ । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ରାଜ୍ୟରେ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା । କିନ୍ତୁ ସରକାର ଏହା ଉପରେ ନିରବ ରହିଛନ୍ତି । ଏହାରି ଭିତରେ ରାଜ୍ୟ ସଚିବାଳୟର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଛୁଟି ସମ୍ପର୍କରେ କୌଣସି ନିର୍ଦ୍ଦେଶ ମିଳିନାହିଁ ।
ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖି କାଲି ଛୁଟି ଘୋଷଣା କରିବାକୁ ଦାବି କରିଥିଲେ । ପତ୍ର ମିଳିବା ପରେ ମମତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
