ଭଦ୍ରକ, ୨୪ ଅଗଷ୍ଟ (ହି.ସ.)- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦା ଠାରେ ବିପଦ ସଂକେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଏଠାରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୮.୫୧ ମିଟରରେ ପ୍ରବାହିତ ହେଉଛି । ଅନ୍ୟପକ୍ଷରେ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବୈତରଣୀର ବନ୍ୟାଜଳ କଂଟିଘାଇ ନିକଟରେ ପ୍ରବାହିତ ହୋଇ ଧାମନଗରର ତଳିଆ ଅଂଚଳକୁ ଜଳାର୍ଣ୍ଣବ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
