ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.) ସ୍ୱାଧୀନତା
ସଂଗ୍ରାମୀ ଶିବରାମ ହରି ରାଜଗୁରୁଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଅମର ବଳିଦାନୀ ଶିବରାମ
ହରି ରାଜଗୁରୁ ଜୀଙ୍କ ଜୟନ୍ତୀ ଅବସରରେ ମୁଁ
ତାଙ୍କୁ କୋଟି-କୋଟି ନମନ କରୁଛି।
ଦେଶର ସ୍ୱାଧୀନତା ପାଇଁ କେବଳ 23 ବର୍ଷର ଅଳ୍ପ ବୟସରେ ନିଜର ସବୁକିଛି ଉତ୍ସର୍ଗ କରିଦେଇଥିବା ରାଜଗୁରୁ ଅଦମ୍ୟ ସାହସ, ଅତୁଟ ଦେଶଭକ୍ତି ଓ
ସର୍ବୋଚ୍ଚ ତ୍ୟାଗର ପ୍ରତୀକ ଥିଲେ। ଭଗତ ସିଂହ ଓ ସୁଖଦେବ ଜୀଙ୍କ ସହିତ ତାଙ୍କର ଅମର ବଳିଦାନ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ସେହି ଗାଥା ଯାହା ବର୍ଷ ବର୍ଷ ଧରି ପ୍ରତ୍ୟେକ
ଦେଶଭକ୍ତଙ୍କୁ ରାଷ୍ଟ୍ରହିତ ପାଇଁ ସମର୍ପିତ ହେବାର ପ୍ରେରଣା ଦେଇଚାଲିବ। ଭାରତଭୂମି ଏମିତି ବୀର
ସପୁତ୍ରମାନଙ୍କ ଉପରେ ସର୍ବଦା ଗର୍ବ କରିଥାଏ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
